ଅନଲାଇନ ଶିକ୍ଷାରେ ଅନ୍ତରାୟ ଅର୍ଥ, ସୁନା ବନ୍ଧା ରଖି କିଣୁଛନ୍ତି ମୋବାଇଲ!

Spread the love

ରାଉରକେଲା,୧୦/୦୮/୨୦୨୦ (ସନ୍ଧାନ ନିଉଜ) : କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଓ କଲେଜ ଗୁଡ଼ିକୁ ଅଗଷ୍ଟ ୩୧ ଯାଏ ବନ୍ଦ ଘୋଷଣା କରାଯାଇଛି । ଚଳିତ ମାସରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ କରୋନା ସଂଖ୍ୟାରେ ବୃଦ୍ଧି ହେବା କାରଣରୁ ସ୍କୁଲ, କଲେଜ ଆଗକୁ ଖୋଲିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ମାତ୍ର ଅନଲାଇନ ଶିକ୍ଷାରେ ଅର୍ଥ ଓଗାଲିଛି ବାଟ! ସୁନା, ରୂପା ବନ୍ଧା ରଖି ପିଲାଙ୍କ ପାଇଁ ଅଭିଭାବକ ସ୍ମାର୍ଟ ମୋବାଇଲ ଫୋନ କ୍ରୟ କରୁଛନ୍ତି । ଏଭଳି ଘଟଣା ରାଉରକେଲା ସହରରେ ଦେଖିବାକୁ ମିଳିଛି!
ଏପରିକି ରାଉରକେଲାର କିଛି ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଅପରପକ୍ଷରେ ସହରାଚଂଳ ଠାରୁ ଆରମ୍ଭ କରି ଗ୍ରାମାଚଂଳ ପର୍ଯ୍ୟନ୍ତ ପ୍ରାୟ ସବୁଠି ଅନଲାଇନ ଶିକ୍ଷାର ବିକଳ ଚିତ୍ର ସାମନାକୁ ଆସୁଛି । ଅନଲାଇନ ଶିକ୍ଷାରେ ଅନ୍ତରାୟ ସାଜୁଛି ଅର୍ଥ! ଗରିବ ଓ ମଧ୍ୟବିତ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଅଭିଭାବକ ଜଣଙ୍କ ଦାମୀ ସ୍ମାର୍ଟ  ମୋବାଇଲ ଫୋନ ଖଣ୍ଡିକ କିଣିବା ସମ୍ଭବପର ହେଉନାହିଁ । ନିଜ ସନ୍ତାନକୁ ଅନଲାଇନରେ ଶିକ୍ଷା ଦେବାକୁ ଆଗ୍ରହୀ କିଛି ଅଭିଭାବକଙ୍କୁ ମୋବାଇଲ କିଣିବାକୁ  କେତେବେଳେ ସୁନା ବନ୍ଧା କରିବାକୁ ପଡୁଛି ତ, ପୁଣି  କେବେ ଗୃହପାଳିତ ପଶୁ ଗାଈ, ଛେଳିଙ୍କୁ ଶାଗମାଛ ଦରରେ ବିକ୍ରି କରି ସ୍ମାର୍ଟ ମୋବାଇଲ ଫୋନ କିଣିବାକୁ ପଡୁଛି । ଗରିବ ଲୋକଟି ଓଳିଏ ଖାଇ ନିଜର ପିଲା ମାନଙ୍କ ଶିକ୍ଷା ପାଇଁ ଚେଷ୍ଟିତ ରହୁଛି । ନିକଟ ଅତୀତରେ ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଥିବା ବେଳେ, କଲେଜ ପଢା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଅନେକ ଛକାତ୍ରଛାତ୍ରୀ । ହାତରେ ମୋବାଇଲ ଧରି ଅନଲାଇନରେ ଶିକ୍ଷା ଗ୍ରହଣ କରୁଛନ୍ତି । ମାତ୍ର ଅନଲାଇନରେ ବିଦ୍ୟାର୍ଥୀ ଜଣଙ୍କ ଶିକ୍ଷା ଆହରଣ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି ।ଗ୍ରାମାଚଂଳରେ  ଘରୋଇ ମୋବାଇଲ କମ୍ପାନୀ ମାନଙ୍କ ନେଟୱାର୍କ କାମ କରୁ ନଥିବାରୁ ଛାତ୍ରଛାତ୍ରୀ ମାନେ ଗଛ, ପାହାଡ଼ ଉପରେ ରହି ଅନଲାଇନରେ ପାଠ ପଢୁଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରନ୍ତି । ଏପରି ପାଡପଢା ନିଶ୍ଚିତ ଭାବେ ବିପଦଜ୍ଜନକ! ସେହିଭଳି ସହରାଚଂଳରେ ଅନେକ ଜାଗାରେ ନେଟୱାର୍କ ସମୟ ସମୟରେ ରହୁ ନଥିବାରୁ କୋମଳମତି ଛାତ୍ରଛାତ୍ରୀ ମାନେ ସହର ନିକଟରେ ଥିବା ପାଣିଟାଙ୍କି ଅବା ଘର ଛାତ ଉପରେ ଚଢି ଅନଲାଇନରେ ଶିକ୍ଷା ଆହରଣ କରୁଛନ୍ତି । ଏଭଳି ଉଦ୍ୟମ ଯୋଗୁ ଦୁର୍ଘଟଣା ଘଟି ଛାତ୍ରଛାତ୍ରୀଙ୍କ ଜୀବନ ଯିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ! ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାର ତରିକା ସହ ଠିକଣା ଏକ ପ୍ରକାର ବଦଳି ଯାଇଥିବା ବେଳେ, କରୋନା  ବିଭିଷୀକା କେବେ ଦୂର ହେବା ସହ ସ୍କୁଲ, କଲେଜ ଖୋଲିବାକୁ ନେଇ ଆଶା ବାନ୍ଧି ବସିଛନ୍ତି ଏଭଳି ଛାତ୍ରଛାତ୍ରୀ ବୃନ୍ଦ!

Related Posts

About The Author

Add Comment