କଳାହାଣ୍ଡି, ୧/୧/୨୦୨୦ (ସନ୍ଧାନ ନିୟୁଜ): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତରେ ଗତ ଦୁଇ ସପ୍ତାହ ମଧ୍ୟରେ ଅଜଣା ଜ୍ବରରେ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ଦୁଇ ଜଣଙ୍କ ର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ସାତକୁ ବୃଦ୍ଧି ପାଇ ଥିବାବେଳେ ପରିବାର ଲୋକେ ଆକ୍ରାନ୍ତଙ୍କୁ ଡାକ୍ତରଖାନା ନନେଇ ଗୁଣିଆ ଡକାଇ ଝଡାଫୁଙ୍କା କରୁଥିବା ଦେଖାଯାଉଛି । ସଚେତନର ଅଭାବ ଯୋଗୁଁ ଲେକେ ଜ୍ବରରେ ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଝଡାଫୁଙ୍କା କରୁଛନ୍ତି ।
ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଗ୍ରାମରେ ଏକ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । 7ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ 10 ରୁ 15 ଜଣ ଏହି ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସିନ୍ଧିପଦର ପଞ୍ଚାୟତ ସାଂସଦ ଆଦର୍ଶ ପଞ୍ଚାୟତ ହୋଇଥିଲେ ମଧ୍ୟ ଆଜି ଯାଏଁ ଏହି ପଞ୍ଚାୟତ ରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନାହିଁ ଯାହା ଫଳରେ ଏହି ଆଦିବାସୀ ମାନେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି।




