ଅଖିଳ ଭାରତୀୟ ଅଘରିଆ ସମାଜ ସବଡେଗା ରେ ନୂଆଁଖାଇ ଭେଟଘାଟ ୨୦୨୫ କାର୍ଯ୍ୟକ୍ରମ, ଯୋଗଦେଲେ ଉପବାଚସ୍ପତି ମହୋଦୟ

Spread the love

ସୁନ୍ଦରଗଡ ତା:୧/୯/୨୦୨୫(ସନ୍ଧାନ ନ୍ୟୁଜ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ମଣ୍ଡଳ ସବଡେଗା ର ସବଡେଗା ଗୁଡ଼ିରେ ଗତକାଲି ସବଡେଗା ଗିରିଶ ଚନ୍ଦ୍ର ସ୍ମୃତି ଭବନରେ ଅଘରିଆ ସମାଜର ନୂଆଁଖାଇ ଭେଟଘାଟ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତଳସରା ବିଧାୟକ ତଥା ଓଡ଼ିଶା ବିଧାନସଭା ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଯୋଗଦେଇ ସମାଜର ଯୁବଗୋଷ୍ଠୀଙ୍କୁ ସମାଜ ପାଇଁ ଆଗେଇ ଆସିବାକୁ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସବଡେଗା ଗୁଡ଼ି ସଭାପତି ପଞ୍ଚାନନ ନାଏକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମ୍ୟ ଗୁଡ଼ି ସଭାପତି ଶ୍ରୀଯୁକ୍ତ ବସନ୍ତ ପଟେଲଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରୀୟ ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ପଟେଲ କାର୍ଯ୍ୟ ପରିଚାଳନା କରିବା ସହିତ ଆଜିର ସମୟରେ ସମାଜର ଭୂମିକା ସହିତ ତାର କାର୍ଯ୍ୟକାରିତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ସବଡେଗା ଗୁଡ଼ିର ପ୍ରତ୍ୟେକ ଅଘରିଆ ପରିବାର ର ଆବାଳବୃଦ୍ଧବନିତା ଯୋଗଦେଇ ନୂଆଁଖାଇ ଭେଟଘାଟ କୁ ସାଫାଲ୍ୟ କରିଥିବା ଦେଖିବାକୁ ମିଳିଥିଲା ।ଗ୍ରାମ୍ୟ ଗୁଡ଼ିର ନୂଆଖାଇ ପିଠା ଅଘରିଆ ସମାଜ ର ଗାଥା ତ୍ୱରାନ୍ୱିତ କରିଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment