Spread the love

ସଂଗୀତ ସଂଗାତ ରଘୁନାଥ
କୁମାର ଟିକା
ଯଁପଡ଼ା, ବରୀ, ଯାଜପୁର
ଗୀତ ସାଥେ ମିତ ବସିଥିଲ ତୁମେ,
ଶୀତରେ ନେଲ ବିଦାୟ,
ଅଳ୍ପ ସତ ଲାଗେ ଅଧିକ ଅଦ୍ଭୁତ;
ଥରାଇ ଦିଏ ହୃଦୟ ।ା
ଅଦିନ କୁହୁଡ଼ି ଅଚାନକେ ଆସି,
ଅବିଳମ୍ବେ ଦେଲା ଦୁଃଖ;
ଅସମୟେ କିଅାଁ ଅମନା ଦଇବ,
ଲୁଟିନେଲା ସବୁ ସୁଖ ।ା
ତୁମେ ତ ନଥିଲ ଝରା ସେଫାଳୀଟେ,
ଅଦିନେ ଝଡ଼ିପଡ଼ିଲ;
କାହିଁକି ଏମିତି କେଉଁ ଦୋଷ ଦେଖି,
ସମୟର ସାଥି ହେଲ ।ା
ପଞ୍ଚ କନ୍ୟା ତିନି ପୁତ୍ରର ଜନକ,
ପଞ୍ଚ ଭୁତେ ହେଲ ଲିନ;
ସଙ୍ଗୀତର ସେହି ସମ୍ପର୍କ ଖଳାରେ,
ତୁମ ସ୍ଥାନ ପଡ଼େ ଶୁନ ।ା
ମହା କାର୍ତ୍ତିକରେ ମହାନ ବ୍ୟକ୍ତିତ୍ୱ,
ସ୍ୱର୍ଗପୁରେ ସ୍ଥାନ ପାଉ;
ଜହ୍ନଟିଏ ହୋଇ ସାରା ଜଗତକୁ,
ଆଲୋକ ଦେଖାଉ ଥାଉ ।ା
ଯେମିତି ନେଇଛ ସେମିତି ଆଣିବ,
ବିଳମ୍ବ ନକରି ଆଉ;
ସଙ୍ଗୀତ ସଙ୍ଗାତ ରଘୁନାଥ ପୁଣି,
ମଣିଷ ଜନମ ପାଉ ।ା

Related Posts

About The Author

Add Comment