ଜଳୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ ଓ ପଥିକ

Spread the love

ସୁନ୍ଦରଗଡ଼ ତା:୧୨/୩/୨୦୨୬( ସନ୍ଧାନ ନ୍ୟୁଜ)  ଧୁ ଧୁ ହୋଇ ଜଳୁଛି ଜଙ୍ଗଲ। ଖରା ଦିନ ଆରମ୍ଭ ହେବା ମାତ୍ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି। ତଳସରା ଅଞ୍ଚଳରୁ ଛତିଶଗଡ଼ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର ଉଭୟ କଡ଼ରେ ନିଆଁର ପ୍ରକୋପ ଏତେ ଅଧିକ ଯେ ଚାରିଆଡ଼େ କେବଳ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ରାସ୍ତା କଡ଼ରେ ନିଆଁ ଜଳୁଥିବାରୁ ପ୍ରବଳ ଉତ୍ତାପ ଓ ଧୂଆଁ ଯୋଗୁଁ ଗାଡ଼ି ଚାଳକମାନେ ଯିବା ଆସିବା କରିବାରେ ଭୟ କରୁଛନ୍ତି। ବିଶେଷ କରି ବାଇକ୍ ଆରୋହୀମାନେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ରାଜପଥ ଦେଇ ଯାଉଥିବା ଯାତ୍ରୀମାନେ ନିଜର ସୁରକ୍ଷା ପାଇଁ ଗାଡ଼ି ଅଟକାଇବାକୁ ବାଧ୍ୟ ହେଉଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବହୁ ମୂଲ୍ୟବାନ ଗଛଲତା ନଷ୍ଟ ହେବା ସହ ଜୈବ ବିବିଧତା ଉପରେ ଗଭୀର ପ୍ରଭାବ ପଡ଼ୁଛି। ବନ୍ୟଜନ୍ତୁମାନେ ପ୍ରାଣ ବିକଳରେ ଜନବସତି ଆଡ଼କୁ ମୁହାଁଉଥିବା ଲକ୍ଷ୍ୟ କରାଯାଉଛି। ସ୍ଥାନୀୟ ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିକଟରେ ସୁନ୍ଦରଗଡ଼ରେ ନିଆଁ ଲିଭାଇବା ସମୟରେ ଜଣେ ବନରକ୍ଷୀ ଗୁରୁତର ଆହତ ହେବା ଘଟଣା ଏହି କାର୍ଯ୍ୟର ଭୟାବହତାକୁ ଦର୍ଶାଉଛି। କେତେକ ଅସାଧୁ ବ୍ୟକ୍ତି ମହୁଲ ଫୁଲ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନଥିବା ବେଳେ ବନ ବିଭାଗ ପକ୍ଷରୁ ସଜାଗ ରହିବାକୁ ସୂଚନା ଦିଆଯାଇଛି।  ଯଦି ଆପଣ କୌଣସି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିବାର ଦେଖୁଛନ୍ତି, ତେବେ ତୁରନ୍ତ ହେଲ୍ପଲାଇନ ନମ୍ବର 1800 890 8231 ରେ ଯୋଗାଯୋଗ କରିବାକୁ କୁହାଯାଉଛି ।

Related Posts

About The Author

Add Comment