ସେଦିନ ସଂଧ୍ୟା ସମୟରୁ ବେଶ ଉତ୍ସବ ମୁଖର ହୋଇଉଠୁଥାଏ ବୁବୁ ବାବୁଙ୍କ ଘର ଅଗଣା । ଅଂଚଳରେ ଜଣେ ସୁନାମ ଲେଖକ, ସାମ୍ବାଦିକ ଲୋକଙ୍କ ବାହାଘରର ଚର୍ଥୁତି ଭୋଜି ପାଇଁ ପୁରା ଗାଁରେ ମାହୋଲ । କୁଣିଆ, ବନ୍ଧୁ ବାନ୍ଧବ ବି ଭରପୁର । ଧିରେ ଧିରେ ଭୋଜି ପାଇଁ ଗାଁ ଗଣ୍ଡା ସାହି ପଡିଶାଙ୍କ ଭିଡ ଲାଗୁଥାଏ । ଅନେକ ଲୋକ ଭୋଜି ଖାଇ ବେଶ ମନଖୁସିରେ ନିଜର ଗନ୍ତବ୍ୟ ସ୍ଥାନକୁ ଫେରୁଥାନ୍ତି । ବହୁ ବିଶିଷ୍ଠ ଲୋକବି ଦାମି ଦାବି କାରରେ ଆସୁଥାନ୍ତି । ଆଜୁ ବୁବୁ ବାବୁ ବି ବାହାରକୁ ସୁଟ୍ ବୁଟୁରେ ଦାମିକିଆ କମଜି ପୋଷାକ ପିନ୍ଧି ଆସି ସେମାନଙ୍କୁ ବାଟୋଇ ନେଉଥାନ୍ତି ନବବଧୁ ସଜେଇ ହୋଇ ବସିଥିବା ମଂଚ ପାଖକୁ । ଆଉ ବିଶିଷ୍ଠ ଲୋକମାନେ ବି ସେଠାରେ ବେଶ୍ ଦୁଇ ପୋଜର ଫଟୋ ଉଠାଇ ସାଧରଣ ଖାମ୍ ଏବଂ ଫୁଲତୋଡାଟେ ବଢ଼େଇ ଦେଇ ସେଠାରୁ ଖାଇବା ଘରକୁ ଫେରିଆସିଥାନ୍ତି । ଏହିଭଳି ଭାବ ଭୋଜି ଭାତ ନାଚ ଗୀତ ଚାଲିଥାଏ । ସାଂଧ୍ୟାବି ବଢ଼ିବାରେ ଲାଗିଥାଏ । ଯେହେତୁ ଆମ ପରିବାର ସହିତ ବୁବୁ ବାବୁଙ୍କ ପୁରୁଣା ସମ୍ପର୍କ ରହିଛି ସେହି ହିସାବରେ ମୋତେ ବି ନମନ୍ତ୍ରଣ ଆସିଥାଏ । ମୁଁ ନିଜର କିଛି କାମ ସାରି ଭୋଜି ଖାଇବା ପାଇଁ ପଂହଚି ଯାଇଥାଏ ବୁବୁ ବାବୁଙ୍କ ଘର ପାଖରେ । ଘର ନିକଟରେ ଭିଡ ଥିବାର ଚିନ୍ତା କରି ମୋର ଗାଡିଟିକୁ ଟକିିଏ ଦୂରରେ ରଖି ଚାଲି ଚାଲି ଯାଉଥାଏ । ସେପଟରୁ ଆସୁଥିବା ଗାଡିର ଲାଇଟ୍ ଯେମିତି ପଡିଛି ହଠାତ ମୋ ଗୋଡ ଅଟକଗଲା । ଆଉ ଆଖିକୁ ବୁଲାଇବା ପରେ ଯାହା ଦେଖିଲି ତାହା ଆଖିକୁ ଚକିତ କରିଦେଲା । ଆଉ ଟିକଏ ପାଖକୁ ଗଲି । ଚମ ଧୁଡୁଧୁଡ ବୁଢ଼ି ମାଉସୀକୁ ଧିର ଗଳାରେ ପଚାରିଲି ମାଉସୀ ଆପଣ ବୁବୁ ବାବୁଙ୍କ ମା’ତ!
ଚଢ଼ା ଗଳାରେ ଖୁବ ଧିରେ ସ୍ୱରରେ ଶୁଭିଲା ହଁ ।
ପୁଣି ମୋର ପ୍ରଶ୍ନ ଥିଲା- ମାଉସୀ ଆପଣ ଏଠି ଏଭଳି ଭଙ୍ଗା ଚାଳଘରର ଭାରଣ୍ଡାରେ…
ଉତ୍ତର ଥିଲା- ହଁ ବାବୁ ବୋଧ ହୁଏ ମୋର ଭାଗ୍ୟ…
ମୁଁ- ଆଜି ପା ଆପଣଙ୍କ ପୁଅର ବାହାଘର ଭୋ….
ଉତ୍ତର- ହଁ ହେଲେ ମୋର କଣ କାମ ଯେ… (ଲୁହ ଜକେଇ ଆସୁଥିବାର ଦେଖି ସବୁ ବୁଝିଯାଇଥିଲି)
ପୁଣି ଉତ୍ତର ମିଳିଲା ହଁ ପୁଅ ମୋର ମଣିଷ ହୋଇଗଲାଣି ଆଉ ସେଥିପାଇଁ କେତେ ହାକିମ ଆସିବେ ସେମାନଙ୍କ ପାଇଁ ସମୟ ଦେଉଥିବ ଆଉ ଆପଣଙ୍କ ପାଇଁ କଥା ଶେଷ ପୂର୍ବରୁ ମୁଁ ପ୍ରଶ୍ନ କରିସାରିଥିଲି ।
ଉତ୍ତର-ମୋ ପାଇଁ କଣ ହେବ । ତମେ ଜାଣିଛ ବାବୁ ମୋ ବାହଘର ପରେ ସାଧରଣ ଭାବରେ ଖାଇବା ଦୁଇମୁଠା ପାଇଁ ବୁବୁଙ୍କ ବାବାଙ୍କୁ କେତେ କଷ୍ଟ ହେଉଥିଲା । ଆଉ ପୁଣି ବୁବୁ ଜନ୍ମର ଅଳ୍ପ ବର୍ଷ ପରେ ସେ ଆଖି ବୁଜି ଚାଲିଗଲେ । ଆଉ ସେବେଠାରୁ ବହୁ ଦୁଖଃ କଷ୍ଟରେ ବୁବୁକୁ ମଣିଷ କରିଛି । ଆଉ ବୁବୁ ବିି…
ହଁ ମାଉସୀ ମୁଁ ବି ଜାଣିଛି ତମେ ମତେ ଚିହ୍ନି ପାରିଛକ କି ମୁଁ ପାଖ ଗାଁ ଅମକ ପୁଅ..
ହଁ ଜାଣିପାରିଲି ହେଲେ ….
ନାହିଁ ମାଉସୀ ବୁବୁ ଭାଇତ କହିଥିଲେ ଆଜି ତାଙ୍କ ବାହଘରେ ଯେମିତି ହେଲେ ଆସିବୁ..
କିନ୍ତୁ ଲାଗୁଛି ବୁବୁ ଭାଇ ଆଉ ଆଗ ଭଳି ନାହିଁ ନହେଲେ ତମେ ଏଠି ବାରଣ୍ଡାରେ ପଡିଥାନ୍ତ ନା…
ନାହିଁ ପୁଅ ସେ ଭଲ ହେଲେ ତାକୁ ସମୟ ନାହିଁ ମୋ କଥା…….
ମୁଁ- ହଁ ମାଉସୀ ଜାଣିପାରିଲି ହେଲେ ବି କଥା ଆଉ କାର୍ଯ୍ୟ କଣ ସାମନ୍ୟ ଟିକିଏ ବି ପଚାରିବାରର ନାହିଁ ।
ନାହିଁ ପୁଅ…
ହୋଇ ମାଉସୀ ଆଜି କଣ ଖାଇଛ…. (ପୁଣି ଲୁହ ଜକେଇ ଆସିଲା)
ବୁଝିଗଲି ମାଉସୀ ଉଠ ଯିବା ଘର ଆଡେ..
ନାଁ ପୁଅ ତମେ ଯାହା ଖାଇକି ଆସିବ.
ହୋଇ ମାଉସୀ ଥାଏ ମୁଁ ଟିକିଏ ଆସୁଛି କହି…. ଭୋଜି ଆଡେ…
ବୁବୁ- ଭଲ ତୁ ଗୋଟେ ସାନ ଭାଇ ଆଉ ତତେ ଏବେ ସମୟ ହେଉଛି ଆସିବାକୁ..
ମୁଁ-ନାହିଁ ବୁବୁ ଭାଇ ମୁଁ ତ କେତେବେଳେୁ ଆସିଲିଣି ।
ବୁବୁ- ଚାଲ ଖାଇଦେବୁ ଚାଲ…
ମୁଁ-ନାହିଁ ମୁଁ ଖାଇବିନି ଖାଇକି ଆସିଛି ହଁ ଜଣେ ବୁଢ଼ୀ ମାଉସୀ ପାଇଁ ଟିକଏ ନେଇଥାନ୍ତି ।
ବୁବୁ- ହଁ ନେଉନୁ କଣ ତେତେ କିଏ କଣ ମନା କରିଛି ନା କଣ?
ମୁଁ । ନାହ ିଁଯେ..ହୋଉ ମୁଁ ନେଉଛି ।
ମାଉସୀ ପାଖରେ- ମାଉସୀ ଏଇ ନିଅ ମୁଁ ତମ ପୁଅ ଭୋଜି ଆଣିଛି ।
ମଉସୀ- ପୁଅ ତମେ କାଇଁ …
ହଁ ମାଉସୀ … ଖୋଇଦେଉ ଦେଇ ଆଖି ଲୁହରେ ଓଦା ହୋଇସାରିଥିଲା ସାରା ଲୁଗା । ପରେ ଘରେ ଛାଡିଦେବାକୁ କହିବାରୁ ନାହିଁ ପୁଅ ତମେ ଯାଅ ବୁବୁ ଆସି ନେଇଯିବ ।
ହେଲେ ମାଉସୀଙ୍କ କଥାରୁ ମୁଁ ଅଧିକ ରାତି ହୋଇଯିବ ଭାବି ଫେରିଆସିଥିଲି ।
ହେଲେ ସକାଳୁ ରାତି ପାଇବା ବେଳକୁ କାନରେ ହଠାତ ଶୁଭିଲା ବୁୁବୁ ମା ଆଉ ନାହାନ୍ତି । ଆଉ ମୋର ମନେ ପଡୁଥିଲା ଗତ ରାତିର ସବୁ ଘଟଣା ଆଉ ଘୃଣା ରାଗର ମିଶ୍ରଣ ରାଗ ବି ବୁବୁ ଭାଇ ଉପରେ….
ମାନସ କୁମାର ରାଉତ
କଦଳା, ହରିଦାସପୁର , ଧର୍ମଶାଳା, ଯାଜପୁର, ପିନ୍-୭୫୫୦୨୪
ମୋ-୯୮୫୩୯୭୬୯୧୯
ମା ଓ ବାହାଘର ଭୋଜି
