ପ୍ରକୃତିର ସୁନ୍ଦରତା ଆଗରେ ହାର ମାନିଛି ମାନବ ଓ ତାର ବିଗ୍ୟାନ । ପ୍ରକୃତିର କେତେବେଳେ ଜୀବନର ଆଧାର ହୋଇଛି ତ ପୁଣି କେତେବେଳେ ପ୍ରଳୟକାରୀ ସାଜିଛି । ତଥାପି ମନୁଷ୍ୟ ପ୍ରକୃତିର କୋଳରେ ସଦାସର୍ବଦା ଶାନ୍ତିରେ ନିଶ୍ୱାସ ମାରୁଛି । ଘଂଚବନାନୀ ବଣଘେରା ଭିତରେ ବୁଲିଆସିଲେ ଲାଗିବ ସତେ ଯେମିତି ଆମ୍ଭେ ପୃଥିବୀ ପୃଷ୍ଠ ଛାଡି ଅନ୍ୟ କେଉଁଠି ବିତରଣ କରୁଛି । ପ୍ରକୃତି ଶୋଭା ଏବଂ ଉଚ୍ଚା ଉଚ୍ଚା ଗିରିଶୁଙ୍ଗ ଦେଖିଲେ ମନ ଯେମିତି ପ୍ରଫୁଲିତ ହୋଉଛି, ସେପରି ଆମର ଅଚଂଳର ଇତିହାସ ମନ୍ଦିର, ମଠ ଏବଂ ସେମାନଙ୍କର ସଂସ୍କୁତି,ଉତ୍ପତି, କାହାଣୀ ଜାଣିବାକୁ ଆଗ୍ରହ ହୋଇଥାଏ । ସେହିଭଳି ପ୍ରାଚୀନ ଶୌବ ଚିନ୍ତାଧାର, ଏବଂ ଇତିହାସକୁ ଧରି ବାରୁଣେଇ ପାଦଦେଶର କୋଣରେ ମଥାଟେକି ଆଜିବି ଭକ୍ତ ଏବଂ ଶଦ୍ଧାଳୁଙ୍କ ମନରେ ଏକ ନୂତନ ଭାବଧାର ପ୍ରଦାନ କରୁଅଛି ଚଣ୍ଡିଖୋଲର ପ୍ରସିଦ୍ଧ ମହାବିନାୟକ । ବରୁଣେଶ୍ୱର ପର୍ବତକୁ ଦୂରରୁ ଦେଖିଲେ ଲାଗିବ ଏକ ବିଶାଳକାୟ ହସ୍ତୀ ଶୟନରତ କିନ୍ତୁ ଏହି ପ୍ରସିଦ୍ଧ ଶୌବ ପୀଠ ଆଦି ବହୁ ଶ୍ରଦ୍ଧାଳୁଙ୍କ ପାଖରେ ପରିଚିତ ହୋଇଥିବା ବେଳେ ଅନେକ ଜାଣିନାହିଁ ଏହାର ଇତିହାସ ଏବଂ କିମ୍ବଦନ୍ତୀ । ଆଜିର ପିଲା ଏବଂ ଛାତ୍ରଛାତ୍ରୀ ମାନେ ନୂତନତା ଅର୍ଥାତ୍ ମୋବାଇଲ, ଟ୍ୟାବ୍ଲେଟ,ଇଂଟରନେଟ ପଛର ପାଗଳ ସେପରି ପିଲା ଛାତ୍ରଛାତ୍ରୀଙ୍କ ପାଖରେ ଏହି ରହସ୍ୟ ଏକ ରହସ୍ୟବୃତ ହୋଇ ରହିଯାଇଛି ଚିରଦିନ ପାଇଁ । ଯାହାପାଇଁ ଆମର ଏମାନଙ୍କ ମନରେ ଅଂଚଳର ଇତିହାସକୁ ଜଣାଉବା ଏବଂ ଉଦ୍ୟମ ମନେ ହେଉଛି ।
ମହାବିନାୟକ ଉପାଖ୍ୟାନା
ଶିବକୁ ଜଗତର ଉଦ୍ଧାର କରିବା ପାଇଁ ଦିନେ ସମସ୍ତ ଦେବାଦିଦେବ ଶିବଙ୍କୁ ପ୍ରାର୍ଥନା କଲେ ହେଲେ ଶିବ ସେତେବେଳେକୁ ଧ୍ୟାନ ସମାଧିରେ ଲୀନ ହୋଇଯାଇଥିଲେ । କାହାରି ପ୍ରାଥିନା ତାଙ୍କୁ ଶୁଣାଗଲା ନାହିଁ । ଫଳରେ ସମସ୍ତ ଦେବାଦେବୀ ମିଶି କାମଦେବ ଏବଂ ତାଙ୍କ ପତ୍ନୀ ରତୀ ଦେବୀଙ୍କୁ ତାଙ୍କ ଧ୍ୟାନ ଭାଙ୍ଗିବାକୁ କହିଲେ । ସମସ୍ତ ଦେବାଦେବୀ କଥା ଓ ଜଗତର କଲ୍ୟାଣ ପାଇଁ କାମଦେବ ଓ ତାଙ୍କ ପତ୍ନୀ ରତି କାର୍ଯ୍ୟ କରିବାକୁ ରାଜି ହୋଇ ପରେ ସେମାନେ ଜପ କରୁଥିବା ଶିବଙ୍କୁ ନୁତ୍ୟ ଗୀତରେ ମୋହିତ କରି ଶିବଙ୍କ ଧ୍ୟାନ ଭାଙ୍ଗିବାକୁ ଚେଷ୍ଟ କଲେ ହେଲେ ଶିବଙ୍କ ଧ୍ୟାନ ଭଙ୍ଗ ହେଲା ନାହିଁ ।ଏହାପରେ କାମଦେବ ଶିବଙ୍କ ଉପରକୁ ଶର ଚଳାଇଲେ, ତାହାବି ଫଳପ୍ରଦ ହେଲାନାହିଁ । ଶେଷରେ କାମଦେବ କାମବାଣ ଶିବଙ୍କ ମଥାରେ ଥିବା ଆଖି ଉପରକୁ ଚଳାଇଲେ । ଫଳରେ ଶିବଙ୍କ ଧ୍ୟାନ ଭାଙ୍ଗିଲା ହେଲେ ଶିବଙ୍କ କ୍ରୋଧରେ ତାଙ୍କର ତୃତୀୟ ନୟନ ଖୋଲି କାମଦେବଙ୍କୁ ଜାଳିଦେଲେ । ଏହାପରେ କାମଦେବଙ୍କୁ ମୁନ୍ତି ପାଇଁ ରତୀ ଦେବୀ ପ୍ରାର୍ଥନା କଲେ । ଶିବ ରତୀଙ୍କୁ କହିଲେ କାମଦେବ ପୃଥୀବି ପୃଷ୍ଟରେ ଜନ୍ମ ନେବ ସେତେବେଳେ ତୁମେ ମତେ ପୂଜା କରିବା ସହିତ ପ୍ରାର୍ଥନା କରିବ ତା ପରେ କାମଦେବ ମୁକ୍ତି ହେବ । ଏହା ପରେ କାମଦେବ ପୃଥିବୀରେଜନ୍ମ ଗ୍ରହଣ କଲେ । ତନ୍ତ୍ର ବିଦ୍ୟାରେ କାମଦେବ ଖୁବ୍ ଶୀଘ୍ର ବଡ ହୋଇଗଲେ । କୁହାଯାଏ କାମଦେବଙ୍କ ମୁକ୍ତି ପାଇଁ ରତୀ ଦେବୀ ଶିବଙ୍କୁ ପ୍ରାର୍ଥନା କରିଥିଲେ । ଶିବ ରତୀଙ୍କୁ ଗଣେଷକୁ ଆବର୍ତନ କରିବାକୁ କହିଲେ । ଏହିଠାରେ ଆରାଧନା ସମୟରେ ,କାବେଳେ ୫ଟି ହାତ ରତୀଦେବୀଙ୍କ ପାଖରୁ ପ୍ରାର୍ଥନା ଶଣି ଆର୍ବିଭାବ ହୋଇଲେ ।
ଶିବପୁରାଣ ଅନୁସାରେ- ଭଗବାନ ଶିବଙ୍କୁ ପାର୍ବତୀ ଛାଡିବା ପରେ ଏଠାକୁ ଆସି ରୁଦ୍ଧରେ ରହି ତପସ୍ୟ କରୁଥିଲେ । ଶିବ ଆସି ତାଙ୍କୁ ଭେଟ କରିବାକୁ ଛାର୍ହିବାରୁ ପ୍ରହରା ସାଜିଥିବା ପାର୍ବତୀଙ୍କ ପୁଅ ଗଣେଷ ଶିବଙ୍କୁ ଚିହ୍ନି ନ ପାରି ଭିତରକୁ ଛାଡି ନ ଥିଲା । ଫଳରେ ଶିବ ଓ ଗଣେଷଙ୍କ ମଧ୍ୟରେ ଯୁଦ୍ଧ ହେଲା । ପ୍ରଥମ ଯୁଦ୍ଧରେ ଗଣେଷ ବିଜୟ ହୋଇଥିଲେ । ପରବର୍ତି ଯୁଦ୍ଧରେ ଶିବ ବିଷ୍ଣୁଙ୍କର ଶକ୍ତି ଲାଭକରି ଗଣେଷଙ୍କ ଶିର ଛେଦନ କଲେ । କୁହାଯାଏ ଶିରଚ୍ଛେଦ ହେବାପରେ ଗଣେଷଙ୍କ ମୁଣ୍ଡ ଆସି ଏହି ସ୍ଥାନରେ ପଡିଥିଲା । ପରେ ପାର୍ବତୀଙ୍କ ଠାରୁ ଗଣେଷଙ୍କ ବିଷୟରେ ଶୁଣି ଶିବ ତାଙ୍କୁ ପୁନଃଜନ୍ମ ଦେବାକୁ କହିଥିଲେ । ଶିବଙ୍କ ଦୂତ ଏକ ହାତୀ ମୁଣ୍ଡ ଆଣିଥିଲେ । ଶିବ ପଚଂଶକ୍ତି ସାହାଯ୍ୟରେ ଏଠାରେ ଗଣେଷକୁ ହାତୀ ମୁଣ୍ଡ ସଂଯୋଗ କରି ଗଣେଷ ଜୀବନ ଦାନ କରାଇଥିଲେ । ପଂଚଶକ୍ତି ଆର୍ବିଭାବ ହୋଇଥିବାରୁ ଗୋଟିଏ ପଥରରେ ବିଷ୍ଣୁ, ଭାସ୍କର, ଶିବ, ଏବଂ ମାତୃଶକ୍ତି ଦୁର୍ଗାଙ୍କ ସହିତ ଗଣେଷ ଏଠାରେ ରହିଗଲେ । ସେବେଠାରୁ ଏଠାରେ ଗଣେଷଙ୍କ ଅନ୍ୟ ଦେବାଦେବୀଙ୍କୁ ପୁଜା କରାଯାଉଛି ।
ଜନଶ୍ରୁତି ଅନୁସାରେ ଏହି ବଣରେ ଗୋଟିଏ ଗ୍ରାମର ଗୋଟିଏ ଗାଇ ଜଗୁଆଳୀ ନିଜର ଗାଇପଲ ଚରାଇଥାଏ । ଏହି ଗାଇପଲ ଭିତରୁ ଗୋଟିଏ ଗାଇ ବିନା ବାଛୁରୀରେ ଆସି ଏହି ପଥର ଉପରେ କ୍ଷୀର ଦେଇ ଫେରିଯାଏ । ଦିନେ ଗାଇ ଜଗୁଆଳୀ ଦେଖି ଗ୍ରାମବାସୀଙ୍କୁ ଏକଥା କହିଲା । ଧିରେଧିରେ ଏହିଘଟଣା ପ୍ରଚାରିତ ହେବା ପରେ ଲୋକମାନେ ପଥରକୁ ପୂଜା କରିବାକୁ ଲାଗିଲେ । ପରେ ରାଜାଙ୍କ ସହାୟତାରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଥିଲା ।
ଅନ୍ୟଏକ ଲୋକକଥା ଅନୁସାରେ ମହାବିନାୟକ ପ୍ରଭୁ (ଶିଳାଖଣ୍ଡ) ଏକଦା ଉଚ୍ଚରେ ବଢ଼ୁଥିଲା । ଏପରି ଭାବରେ ବଢ଼ିବାରୁ ଦିନେ ପୂଜକ ଅସନ୍ତୋଷ ପ୍ରକାଶ କରି ମହାବିନାୟକ ମହାପ୍ରଭୁଙ୍କୁ ଗଡୁରେ ପିଠିଦେଲେ । ସେବେଠାରୁ ପଥରଟି ଉଚ୍ଚରେ ନବଢ଼ି ଗୋଲେଇ ଆକାରରେ ବଢ଼ୁଛି ।
ଲେଖକ- ମାନସ ରାଉତ