ଶତାବ୍ଦିର ଆତଙ୍କ କରୋନା । କୋଭିଡ-୧୯ । କରୋନାର ଅଦୃଶ୍ୟ ଅଡ଼ୁଆ ସୁତାର ଖିଅ ଧରିପାରୁନାହାନ୍ତି ବୈଜ୍ଞାନିକ, ଚିକିସôକ, ଜନନାୟକ । ସମଗ୍ର ବିଶ୍ୱ ଆଶଙ୍କାଗ୍ରସ୍ଥ, ଆତଙ୍କିତ । ବିଶ୍ୱଯୁଦ୍ଧର ବିଭିଷିକା ଠାରୁ ଆହୁରି ଭୟଙ୍କର ଏ କରୋନା । ରକ୍ତ ବିର୍ଜ୍ୟର ରକ୍ତ ଛିଟା ଭୂପତିତ ହେଲେ ସହସ୍ର ସହସ୍ର ରକ୍ତ ବିର୍ଜ୍ୟ ସିନା ଜନ୍ମ ନେଉଥିଲେ । ହେଲେ କରୋନାର ଅଦୃଶ୍ୟ ସ୍ପର୍ଶରେ ସହସ୍ର ସହସ୍ର ମଣିଷ ଆଜି ମୃତ୍ୟୁର ସମିପବର୍ତୀ । ଉପଚାର, ମହୋଷଧିର ପ୍ରୟୋଗ ସତ୍ତ୍ୱେ ବ୍ୟାପିଚାଲଛି କରୋନା । ଚିନ୍ର ଓହ୍ୱାନ ସହର ଏହାର ଉଦ୍ଭବସ୍ଥଳୀ । ଏହାର ଶେଷ କେବେ ସମୟ ହିଁ କହିବ ।
ଜନତା କର୍ଫୁ (ମାର୍ଚ୍ଚ୨୨), ଲକ୍ ଡ଼ାଉନ(ମାର୍ଚ୍ଚ୨୫ରୁ ଏପ୍ରିଲ୍୧୪), ସଟ୍ ଡ଼ାଉନ୍ ବା ଆକୁ ବତା ସାଜିଥିଲେ ହେଁ ଅନ୍ୟ ଦେଶ ତୁଳନାରେ ଭାତରକୁ ସଂକ୍ରମଣ ଦାଉରୁ ଆପତତଃ ସେତେଟା କ୍ଷତି ପହଂଚେଇ ପାରିନି ।
ସଙ୍ଘରୋଧ, ମୁଖମଣ୍ଡଳ ଆଚ୍ଛାଦନ, ସାମାଜିକ ଦୂରତା ରକ୍ଷା, ଯାନବାହାନ ନିୟନ୍ତ୍ରଣ, ଅଧିକ କୋଭିଡ-୧୯ ପରୀକ୍ଷାଗାର ଓ ଚିକିସôାଳୟ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ଇତ୍ୟାଦି ଦେଶ ଓ ରାଜ୍ୟର ଡ଼ାକରାରେ ଜନସାଧାରଣଙ୍କର ସହଯୋଗ ଏକ ଆଶ୍ୱସ୍ଥି ।
ତଥାପି ମଣିଷ ଚେତୁନାହିଁ । ନିଜେ ନିଜକୁ ସୁରକ୍ଷା ବଳୟରେ ରଖିବାହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବା । ଅର୍ଥନୀତି ଭୁଷୁଡି ପଡ଼ିଛି । ମାନବ ସମ୍ବଳ ଦୁର୍ବଳ ହୋଇଛି । ତଥା କଥିତ ଶ୍ରେଷ୍ଠ ବୋଲାଉଥିବା ରାଷ୍ଟ୍ର ସମୁହ ତ୍ରାହି ତ୍ରାହି ଡ଼ାକ ଛାଡ଼ୁଛନ୍ତି । କ୍ରମଶଃ ଖାଦ୍ୟ ସଙ୍କଟ, ଗମନାଗମନ ସଙ୍କଟ, ଆମଦାନୀ ରପ୍ତାନୀ ସଂକଟ ଓ ଆର୍ଥିକ ଅନଗ୍ରସର ଖଟିଖିଆ, ଦିନମଜୁରିଆ, ଶ୍ରମିକମାନଙ୍କ ସମସ୍ୟା ବଢି ବଢି ଚାଲିଛି ।
ଦୃଢ ମନୋବଳ, ରାଷ୍ଟ୍ର ଓ ରାଜ୍ୟ ଡ଼ାକରାକୁ ସମ୍ମାନ ଓ ନିଜେ ସଂଜମତା ଅବଲମ୍ବନ ପୂର୍ବକ ଯଥା ସମ୍ଭବ ସାମାଜିକ ଦୂରତା ବଜାୟ ରଖିଲେ ହୁଏତ କରୋନାର କରାଳ ଛାୟା କ୍ରମଶଃ ଅପସରି ଯିବ ।
ତେବେ ଏ ବିପତି ଆମକୁ ଶିଖାଇଲା କଣ?
“ସର୍ବେ ହୋଇବେ ଉର୍ଦ୍ଧ୍ୱମୁଖ, ଡ଼ାକିବେ ନାରାୟଣ ରଖ” ନ୍ୟାୟରେ ଏକ ଅଦୃଶ୍ୟ ଶକ୍ତିର ଏ ମହା ପରୀକ୍ଷା । ପ୍ରକୃତିକୁ ଦାସ ସଜାଇ, ବିକଳାଙ୍ଗ ବିଖଣ୍ଡିତ କରି ସ୍ୱାର୍ଥ ସର୍ବସ୍ୱ ମଣିଷ ନିଜର ଅହଙ୍କାର, ଗର୍ବର ତୁଚ୍ଛତା ଶିକ୍ଷା କରିବ ଏହି ବିପତିରୁ । ଭସ୍ମାସୁର ସାଜି ନିଜର ମୃତ୍ୟୁକୁ ନିଜେ ଆମନ୍ତ୍ରଣ କରିବ । କରୋନା ଆମକୁ ଶିଖାଉଛି ଭୋଗ ପରିବର୍ତ୍ତେ ତ୍ୟାଗ । ହିଂସା ପରିବର୍ତ୍ତେ ସଂବେଦନା, ସହାନୁଭୁତି, ଆତ୍ମସଂଜମତାର ମନ୍ତ୍ର, ଏକାନ୍ତବାସର ଗୁରୁତ୍ୱ, ପାରିବାରିକ ଏକତ୍ୱ ବୋଧ, ସ୍ନେହ, ପ୍ରେମ, ଅନୁରାଗ, ସଂପ୍ରିତି ଓ ସହନଶୀଳତା ମାନବୀୟ ସଦ୍ଗୁଣ । ଦାମ୍ଭିକ ଏକଦିଗଦର୍ଶୀ, ସାମ୍ରାଜ୍ୟ ଲିପ୍ସୁ ଶୋଷଣକାରୀ ରାଷ୍ଟ୍ରମାନଙ୍କୁ ଚେତାବନୀ । ଆଧ୍ୟାତ୍ମିକ ବଳରେ ବଳୀୟାନ ହେବାକୁ ଆହ୍ୱାନ । ମିତବ୍ୟୟିତାରୁ ବ୍ୟୟ ସାରଣୀ ପ୍ରସ୍ତୁତି । ସର୍ବୋପରି ଅସହାୟ ବୋଧ ମଧ୍ୟରେ ଜୀବନକୁ ଚିହ୍ନି ପାରିବା ପରି ଶକ୍ତି । ବିଶ୍ୱର ରାଷ୍ଟ୍ର ସମୁହ ପାରିପାଶ୍ୱିର୍କ ବୁଝାମଣା ଦ୍ୱାରା ଏକ ଦିଗଦର୍ଶିତା, ସ୍ୱାର୍ଥପରତା ଓ ଔଦ୍ଧତ୍ୟକୁ ବର୍ଜନ ପୂର୍ବକ ‘ବସୁଦେବ କୁଟୁମ୍ବକ’ ଭାବନାରେ ଉଦ୍ଭୁଦ ହେବାର ଆହ୍ୱାନ । ଆସନ୍ତୁ…. ସମସ୍ତେ ପରସ୍ପର ଠାରୁ ଶାରିରିକ ଦୂରତା ବଜାୟ ରଖି ମାନସିକ ସ୍ନେହ, ପ୍ରେମ, କରୁଣାର ନିବିଡ଼ତାରେ କରୋନାକୁ ହଟାଇବା, ହରାଇବା ଓ ଇଶ୍ୱରଙ୍କ ସୁନ୍ଦର ସୃଷ୍ଟିକୁ ସୁରକ୍ଷା ଦେବା ସହ ଜଗତର ଶ୍ରେଷ୍ଟ ଜୀବ ମାନବର ଅକାଳ ମୃତ୍ୟୁର ପ୍ରତିରୋଧ କରିପାରିବା । କରୋନା ହଟିବ ହିଁ ହଟିବ ।
ସଂପାଦକ
‘ସାଧନାର ସ୍ୱରୂପ’
ଖରମଙ୍ଗି, ଚଣ୍ଡିଖୋଲ, ଯାଜପୁର,ମୋ- ୯୪୩୭୩୧୦୧୯୯, ୯୯୩୭୮୪୦୬୦୧